ଜୀବନରେ ମୋର ମହତ୍ବପୂର୍ଣ ନିର୍ଣୟ
ଜୀବନରେ ମୋର ମହତ୍ବପୂର୍ଣ ନିର୍ଣୟ
ଫୋଟରେ ଦେଖିଲି ଝିଅଟିକୁ
ମନତ ମାନିଲା ନାହିଁ।
ସାମ୍ନାରେ ଯେବେ ଦେଖିଲି ଝିଅକୁ
ମନ ଚୋରିକଲା ଭାଇ।
ପ୍ରଥମ ଦେଖାରେ ଭଲପାଇ ଗଲି
ଭୂଲି ତ ପାରିଲି ନାହିଁ।
ବାହା ହେବି ଯଦି ତାଙ୍କୁ ହିଁ ହେବି
ମନରେ ସ୍ତିର କରିଲି ଯାଇ।
ଏହାତ ଥିଲା ଜୀବନରେ ମୋର
ମହତ୍ବପୂର୍ଣ୍ଣ ନିର୍ଣ୍ଣୟ
ଭଗବାନଙ୍କୁ ମୋର ଏତିକି କାମନା
ରଖନ୍ତୁ ଦୁହିଁଙ୍କୁ ଆନନ୍ଦମୟ।

