STORYMIRROR

Kalpana Kumari Pradhan

Tragedy

4  

Kalpana Kumari Pradhan

Tragedy

ଜୀବନରେ ଜୀବନ

ଜୀବନରେ ଜୀବନ

1 min
270

ଜୀବନରେ ଜୀବନ ତୁ ନେଉ କେତେ ପରୀକ୍ଷା

ସହି ହେଉ ନାହିଁ ତୋର ଏଇ ଉପେକ୍ଷା

 ମୋତେ ଦେଇ ଏତେ ଦୁଃଖ

      ପାଉଛୁ ତୁ କେଉଁ ସୁଖ

ସକ୍ଷମ ନୁହେଁ ମୁଁ କରିବାକୁ ତୋ ସମୀକ୍ଷା ll

ଜୀବନରେ ଜୀବନ........

ଦମ୍ଭ ହଜିଲାଣି ମୋ କରିବି କେତେ ପ୍ରତୀକ୍ଷା

ଦୀର୍ଘ ଦିନ ଧରି ଦେଲୁଣି କେତେ ଶିକ୍ଷା

 ଅଶ୍ରୁ ନ ଶୁଖୁ ନୟନୁଁ

    ହସ କାହିଁ ହଜିଛି ଜୀବନୁ

ଭୋଗୁଛି ଅସହ୍ୟ କଷଣ କରିବାକୁ ତୋତେ ରକ୍ଷା ll

ଜୀବନରେ ଜୀବନ ....  

ଚାହିଁଲିନି ଦିନେ କରିବାକୁ ପ୍ରକୃତିର ସୁରକ୍ଷା

ମୁହଁ ଫେରେଇ ନେଇଚି ସେ ହେବ କେ ସଖା

  ମୃତ୍ୟୁ ଭୟେ ପ୍ରତିକ୍ଷଣେ

    ଜୀବନ ଜୀଉଁଛି ଅନୁକ୍ଷଣେ

ଲଜ୍ଜ୍ୟା ଲାଗେ କରିବାକୁ ତୋତେ ଖୁସି ଭିକ୍ଷା ll

ଜୀବନରେ ଜୀବନ.....

ଦହିତ ହୁଏ ତନୁ କ୍ଷଣେକ୍ଷଣେ ଯେପରି ଦୀପ ଶିଖା

ଅସ୍ତ ବ୍ୟସ୍ତ ହୁଏ ସେ ଯେସନେ ପିଞ୍ଜରା ଭିତରେ ପକ୍ଷୀ

  କ୍ରନ୍ଦନ ରୋଳ ଅବିରତେ

      ବିଚଳିତ ହୃଦୟ ନିରତେ

ଗ୍ରହଣ କଲି ସାଦରେ ଦେଲୁ ଯେଉଁ ଦୀକ୍ଷା ll

ଜୀବନରେ ଜୀବନ.....

ତଥାପି ବଞ୍ଚିଛି ମୁହିଁ ନେଇ ଏଇ ଆକାଂକ୍ଷା

ତାଡନେ ଦଗ୍ଧ ପ୍ରାଣ ନିଶ୍ଚେ ହେବ ତା ସୁରକ୍ଷା

  ଆଶାର କିରଣ ଭରି

      ଦେଖିବାକୁ ସୁଖ ଶିରି

ଦଣ୍ଡୟମାନ ଜୀବନେ ଯେ ହେଳେ ହେଳେ କରି ପ୍ରତିରକ୍ଷା l

ଜୀବନରେ ଜୀବନ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy