STORYMIRROR

Narendra Sahu

Inspirational

3  

Narendra Sahu

Inspirational

ଜୀବନରେ ବନ୍ଧୁତା

ଜୀବନରେ ବନ୍ଧୁତା

1 min
26.4K


ଜୀବନର ଏହି ସମୟ ସ୍ରୋତରେ ମିଶନ୍ତି

ଦୁଃଖ ସୁଖରେ ଅନେକ ଲୋକ,

କିଏ ସାହା ତ କିଏ ଅସହାୟ ବୃକ୍ଷ ଭଳି

ସଂପର୍କର ଛାଇ ଦିଏ,

କିଏ ସମୟ ଆଗରୁ ଲୀନ ହୁଏ ସଂପର୍କ ସୁଅରେ

ନିଃସହାୟ ଶୁଷ୍କ ତୃଣର ଆଖ୍ୟା ପାଏ,

ଆଉ କେହି ପରିଚିତ ହୁଏ ବିଶ୍ୱ ଦରବାରରେ

ବନ୍ଧୁତ୍ଵର ଧ୍ୱଜା ଉଡାଏ।୦।

ଏଠି କିଛି ଚିର ସ୍ଥାୟୀ ନୁହେଁ,ତଥାପି ମଣିଷ

ନିଜର ଭାବନାର ସୀମା ପାରିହୋଇ

ଛିଣ୍ଡାଏ ବହୁ କାଳର ନିବିଡ ସଂପର୍କକୁ,

ଅଦିନିଆ ଝଡର କରାଳରେ,

ବୁହାଇ ଦିଏ ସଂପର୍କର ଲହୁ,

କୋଉ ଏକ ଅଜଣା ବନ୍ଧନରେ

ଯେମିତି ବନ୍ଧୁତା ହାତ ପାହାନ୍ତାରେ।୧।

ବନ୍ଧୁତାର ସୁଅରେ ଭାସେ ସ୍ୱାର୍ଥପର

ଶୁଷ୍କ ତୃଣ ଓ ମିଛ ଅହଙ୍କାରର ସମୟ

ମୁକ୍ତାଟି ଭଳି ତଳେ ପଡି ରହେ,

ପ୍ରକୃତ ବନ୍ଧୁର ବନ୍ଧୁତାର ସ୍ମୃତି

ଯୁଗ ଯୁଗର ଇତିହାସ ସାଜେ

କୃଷ୍ଣ ସୁଦାମାର ଗାଥାର ଗନ୍ତାଘର।୨।

ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational