STORYMIRROR

Ajayakumar Mohanty

Inspirational

4  

Ajayakumar Mohanty

Inspirational

ଜୀବନର ଅର୍ଥ

ଜୀବନର ଅର୍ଥ

1 min
220

ଜୀବନର ଅର୍ଥ ବୁଝୁ ବୁଝୁ 

ବାର୍ଦ୍ଧକ୍ୟ ଛୁଇଁଲା 

ତଥାପି ବି ବୁଝିପାରିଲିନି 

ଏ ଜୀବନଟା କଣ। 

ଜୀବନର ଅର୍ଥ ଯଦି ଖାଲି ବଞ୍ଚିବା 

ବଂଶ ବୃଦ୍ଧି କରିବା 

ସୁଖକୁ ସାଉଁଟିବାର ପ୍ରୟାସ କରିବା 

ଦୁଃଖର ସାମନା କରିବା। 

ନିଜର ସ୍ୱାର୍ଥ ପାଇଁ ଅନ୍ୟର ସ୍ୱାର୍ଥକୁ 

ଆଖି ବୁଜି ଦେବା 

ତାହେଲେ ଏ ସମ୍ପର୍କ ଭାବ ଦିଆନିଆ 

ଏହାର ଅର୍ଥ କଣ। 

ଶୈଶବ କୈଶୋର ଯୌବନ ପ୍ରୌଢ଼ତ୍ୱ 

ବାର୍ଦ୍ଧକ୍ୟ ଓ ମୃତ୍ୟୁ 

ଜୀବର ଯିବା ଆସିବା ଲାଗିଛି ଲାଗିଥିବ 

ଜନ୍ମ ମୃତ୍ୟୁ ଖେଳ। 

ମୃତ୍ୟୁର ଭୟ ତେବେ ଆସେନା କାହିଁକି 

କାହାପାଇଁ ଥରେ 

ଆହୁରି ବଞ୍ଚିବି ଦୁନିଆଁର ସବୁ ସୁଖ ଭୋଗ କରିବାକୁ 

ଏମିତି କାହିଁକି। 

ମୃତ୍ୟୁ ଶଯ୍ୟାରେ ପଡ଼ି କେହି କଣ ମରିବାକୁ ଚାହେଁ 

ଏମିତି ବିଚିତ୍ର।

ଜୀବନର ଅର୍ଥ କଣ ଧନ ସମ୍ପଦ ଏକାଠି କରିବା 

ଏସବୁ ତ ନିରର୍ଥକ। 

ଯିବା ବେଳେ କିଏ କିଛି ସାଙ୍ଗେ ନେଇଯାଏ ପରା 

ଦେଖିଛ କି କିଏ। 

ମାନ ସମ୍ମାନ ଯଶ ଗୌରବ ରହେ ଯଦି ଏ ମରତେ 

ବଞ୍ଚିବା ବୃଥା ସିନା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational