STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

ଜୀବନର ଅର୍ଥ କଣ ?

ଜୀବନର ଅର୍ଥ କଣ ?

1 min
488

ଦୁଃଖ ,ଯନ୍ତ୍ରଣା ,ଭୋକରେ

ପେଟ ପିଠି ସମାନ ,

କଦାକାର ,କୁସ୍ଚିତ ରୂପ

ଆଖିରେ ଲେଞ୍ଜରା ମେଞ୍ଚା

ଦେହରେ ମଇଳା କୁର୍ତ୍ତା

ନୁଖୁରା ମୁଣ୍ଡରେ

ନିଷ୍ପାପ ଦେଶର ଭବିଷ୍ୟତ

ପିତୃ ମାତା ହୀନ ନିର୍ବୋଧ

ଶିଶୁ ବୋଧେ

ବେସାହାରା ହୋଇ ବୁଲୁଥିଲା

ରାସ୍ତା ଉପରେ

କାହିଁକି କେଜାଣି

ମୁଠାଏ ଦାନା ଆଉ ଚାଖଣ୍ଡେ ପେଟ ପାଇଁ

ସକାଳଠୁ ସଞ୍ଜ ଯାଏ

ଦିଶେ ଚାକ ଚକ୍ୟ ପୋଷାକ ପିନ୍ଧା

ବାବୁଙ୍କ ପାଦତଳେ

ଚାକ ଚକ୍ୟ ଦୂରକଥା ,

କାରୁଣ୍ୟ ଶିଶୁ କୁ ଛି ..ଛାକର କରି ଚାଲିଯାନ୍ତି

ଆଉ କିଛି ମୁଁହ ମୋଡି

ଏପଟ ସେପଟ କୁହନ୍ତି

ତଥାପି ସେ ଅବୁଝା

ବଂଚିବା ପାଇଁ

କୋଠରୀ ହୃଦୟଙ୍କ ଠାରେ

ନେଇଥାଏ ସାହାରା

ଜୀବନର ଅର୍ଥ ବୁଝିବା ଆଗରୁ

ଜୀବନ ତା'ପାଇଁ ସାଜେ

ମରିଚିକା ,କଷ୍ଟ

ଖାଲି ଅନ୍ଧାର

ତଥାପି ବଂଚିବା ପାଇଁ ସଂଗ୍ରାମ କରୁଛି

ତା'ପାଇଁ ଜୀବନର ମୋଡ଼ ,ସଂଜ୍ଞା

ବୋଧେ ବଦଳିଯାଇଛି ,

ପଚାର ତାକୁ ,

ସେ କହିବ ଜୀବନର ଅର୍ଥ କଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract