Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational

4  

Bharatabandhu Biswal

Tragedy Inspirational

ଜୀବନଦୋଳି

ଜୀବନଦୋଳି

1 min
190



ଜର ଜର ଲାଗେ ପରବ ରଜଟା

     ଲାଗେ ନାହିଁ ଆଉ ଆଗର ଭଳି,

ବାଉଁଶର ରାଣୀ ଘୂରୁଛି ଝୁଲୁଛି

     ସୂତାଖିଅକରେ ଜୀବନ ଦୋଳି ।


ଜୀବନଟା ଆଜି ଯନ୍ତ୍ରଣା ଜର୍ଜର

     ପାଣିଚିଆ ସ୍ନେହ ସୋହାଗ ପ୍ରୀତି,

ସମ୍ବନ୍ଧ ସମ୍ପର୍କେ ଅଭାବ ବିଶ୍ୱାସ

       ଦେଖି ମଣିଷଙ୍କୁ ଲାଗଇ ଭୀତି ।


ପାଣି ଓ ପବନେ ଭୟ ଓ ଆତଙ୍କ

       ଆତ୍ମୀୟସ୍ୱଜନ ଅପାଂକ୍ତେୟ

ଅତି ଆଧୁନିକ ଅପସଂସ୍କାରରେ

       କୁହୁଳି ଉଠଇ ସ୍ୱ।ର୍ଥ ଓ ଅହଂ ।


ଜଳିଲେ ଜୀବନ ତ୍ୟାଗ ଉପକାରେ

      ମହକେ କରମ ସେବା ପରବ,

ଲିଭାଇ ପ୍ରଦୀପ ଅନ୍ଧାର ଗହ୍ୱରେ

  କାମ୍ୟେ ଲୋଭୀ ସ୍ୱ।ର୍ଥୀ ସୁଖ ସମ୍ଭୋଗ ।


ସ୍ୱଚ୍ଛନ୍ଦରେ ଝୁଲୁ ଜୀବନର ଦୋଳି

         ସ୍ୱସ୍ତିକରେ ହେଉ ଚଳପ୍ରଚଳ,

ସଂସାରେ ଜୀବନ ହେଉ ମଧୁମୟ

        ଶୁଭ ହେଉ ରଜ ପର୍ବ ମଙ୍ଗଳ ।

         



Rate this content
Log in

Similar oriya poem from Tragedy