STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ଜୀବନ"

"ଜୀବନ"

1 min
127

ଜୀବନ ପୃଷ୍ଠାର ଅଧା ସରିଗଲା

ବାକିଆ ପଡିଛି ଅଧା

ସେଇ ଅଧାରାସ୍ତା ପରିହେବା ପାଇଁ

ସହିବି ଅନେକ ବାଧା

ଯଉବନ କେବେ ଆସିବନି ଫେରି

ବୟସ ସାଧିଲା ଦାଉ

ଯିବ ନାହିଁ ଉଡି ଦୁଇଡେଣା ଝାଡ଼ି

ମନ ପ୍ରଜାପତି ଆଉ

ଆସିବନି ଫେରି ଅଫେରା ଫଗୁଣ

ବୋଳିବାକୁ ଦେହେ ରଙ୍ଗ

ଲୋଡିବନି ତିଳେ ଅଲୋଡ଼ା ଶରୀର

ପାଇବାକୁ ତୁମ ସଙ୍ଗ

ଦେଖିବନି ଆଖି ଅଦେଖା ସପନ

ପାହିଗଲା ସୁଖ ରାତି

ରାତିପାଇଁ କାହିଁ ସପନ ତ' ନାହିଁ

ଏତିକିରେ କଲି ଇତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract