STORYMIRROR

Prasant Kumar Nath

Inspirational

3  

Prasant Kumar Nath

Inspirational

ଜୀବନ

ଜୀବନ

1 min
233

ଜୀବନଟା ଅଟେ ଯେତିକି ଜଟିଳ

ତାଠାରୁ ସରଳ ବେଶି

ଜଟିଳକୁ ଯେତେ ସରଳ ଭାବିବ

ଆଣିଦେବ ହସ ଖୁସି


ଜିଲାବି ପରିକା ଜୀବନଟା ସିନା

ରହିଥାଏ ହୋଇ ଛନ୍ଦି

ହେଲେ ସ୍ୱାଦ ତାର ଭାରି ମିଠା ଲାଗି

ପାଇଗଲେ ତାର ଫନ୍ଦି ।


ଜୀବନ ଏମିତି ସତେକି ଯେମିତି

ଅଡୁଆ ସୁତାର ଖିଅ

ସେ ସୁତା ଗଣ୍ଠିକୁ ଖୋଲି ନପାରିଲେ

ଆଖିରୁ ଝରିବ ଲୁହ ।


ସେସୂତା ଖିଅକୁ ଖୋଜି ନପାଇଲେ

ଗୁଡେଇ ତୁଡ଼େଇ ହେବ

ଖୋଲିବା ଉପାୟ ଜାଣିଗଲେ ଥରେ

ଜୀବନେ ମଜା ମିଳିବ ।


ଜୀବନର ମଜା ପାଇବା ପାଇଁକି

ଜଟିଳ ପଥରେ ଯାଇ

ସରଳ ଢଙ୍ଗରେ ସମାଧାନ କଲେ

ସୁଖରେ ପାଇବା ଜିଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational