Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satapathy

Abstract Classics

4.5  

Kalpana Satapathy

Abstract Classics

ଜୀବନ

ଜୀବନ

1 min
13


ଜୀବନର ମୂଲ୍ୟ ଏଠି ଅବସମ୍ଭାବି ମନରେ

ଅନେକ ପ୍ରଶ୍ନବାଚୀ, କ୍ଷଣିକ ସମୟର

ପରିଧି ମଧ୍ୟରେ ଛଟପଟ, ଜୀବନର

ଗତି ପଥରେ ଜୀବନ ଅତିବାହିତ କରିବା

ସମୟର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର,

ହେଲେ ଏଇ ଅଛି ଏଇ ଅଛି ନାହିଁ

ପାଣି ଫୋଟକା ପରି ଲୀନ ହୋଇ

ଯାଉଥିବା ‍ଶରୀର ଖୋଜେ କାଲି

କିଛି ହସ ଖୁସି,‍ ସୁଖ ଦୁଃଖ

ବୋଝ ସହି ଦୁନିଆଁ ର

ରଙ୍ଗମଞ୍ଚ ରେ ନିତି ନିତି

ଘଟଣା ଦୁର୍ଘଟଣା ର ସୂତାଖିଅ,

ଲମ୍ବି ଯାଇଛି ଭୂମିରୁ ‍ଭୂମା ଯାଏ,

ଶାନ୍ତି ର ବଳୟ ମଧ୍ୟରେ

ଅଶାନ୍ତି ର ଛାୟା, 

ଭ୍ୟ ଭରସା ର ସ୍ମୁତି ସ୍ଥମ୍ଭ

ରେ କଳା ‍କଳା ଦାଗ ର ଆସ୍ଥର,

ମାୟାର ଭ୍ରମ ଏଠି‍ ଭରିଦିଏ

ସ୍ବପ୍ନ ର ସହର, ଅଜାଣତରେ

ବାଜିଉଠେ ଜୀବନ ର ସାହାନାଇ

ସତେ ଅବା ଧବଳ ଟଗର ଜୀମୁତ

ନବକାନ୍ତି ରୂପ ଲାବଣ୍ୟ ର

ବେଶଭୂଷା,ଏଇତ ଜୀବନ

ଘଡିକେ ଏଠି ଘୋଡା ଛୁଟେ

ଶ୍ମଶାନ ବି ହାତଠାରି ଡାକେ

କେବଳ ସତ୍ୟ ଥାଏ ରାମନାମ ।।


Rate this content
Log in

Similar oriya poem from Abstract