ଆୟୁଷର ଆରପାଖ
ଆୟୁଷର ଆରପାଖ
ଜହ୍ନର ଜାତକ ଲେଖି ଅନେଇଲେ
ବାଦଲର ମାୟାକୁ ଆବୋରି
ଆକାଶର ଛାତିପରେ ଛନ୍ଦିହୋଇ
ଭୟ କଣ ଯିବ ଅପସରି ।
ଆୟୁଷର ଆରପାଖେ ଆଶା ସବୁ
ପାଣି ଭଳି ଯାଆନ୍ତି ମିଳେଇ
କରୁଣାର କାକରରେ କଷି ଧରେ
କେବେ କେବେ ନିରାଶା'ର ଜୁଇ ।
ଶାଗୁଣାର ସଡକରେ ଦୁଃଖ ସବୁ
ଅସରନ୍ତି ଅଛିଣ୍ଡା ଗଣିତ
ଅନ୍ଧାରକୁ ପିଇ ପିଇ ଡେଣା ବୋଧେ
&nbs
p; ଡରେନାହିଁ ଏ ସାରା ଜଗତ ।
ବେଳେ ବେଳେ ସେ ଡେଣାରୁ ଡିଆଁମାରେ
ପବନର ଅଦେଖା ଜହର
ପାପୁଲିର ଅଙ୍କାବଙ୍କା ଗାର ପାଖେ
ଜାଳିଦିଏ ଗର୍ବ,ଅହଙ୍କାର ।
ତଥାପି ବି ଆଶାର କିରଣ ଛୁଇଁ
ଆଲୁଅର ଅବୁଝା ଗଳିରେ
ଈଶ୍ୱର ହୁଅନ୍ତି ଦେଖା ଚର୍ଚ୍ଚ ପାଖ
ନିଛାଟିଆ ଶ୍ମଶାନ ପାଖରେ ।