STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ଜୀବନ

ଜୀବନ

1 min
174

ଜୀବନଟା ଏକ    ପାହାଡିଆ ରାସ୍ତା

     ଉଠାଣି  ଗଡାଣି ଭରା

ଦୁଃଖ ବି ଆସଇ   ସୁଖ ବି ଆସଇ

     କେବେ ଛାଇ କେବେ ଖରା


ଜୀବନଟା ଏକ    କ୍ରିକେଟର ମ୍ୟାଚ୍

     ମଣିଷ ବ୍ୟାଟସ୍ମ୍ୟାନ୍

କେବେ ଶତକ ତ  କେବେ ଶୂନ ମିଳେ

    ସବୁ ଦିନ ଅସମାନ


ସଫଳତା ଆସେ   ବିଫଳତା ପରେ

     ଗୋଟିକ ଆରେକ ପରେ

ବିଫଳତା ଲଭି     ଭାଙ୍ଗି ପଡ ନାହିଁ

      ସଫଳତା ତାହାପରେ


ସଫଳତା ଲଭି    ଭାବି ନିଅ ନାହିଁ

       ରହିଥିବ ଚିରଦିନ

ବିଫଳତା ଆସି   ଦୋହଲାଇ ପାରେ

       ହେଳା କର ଯେଉଁଦିନ


ସୁଖରେ ବିଭୋର    ହୁଅ ନାହିଁ ତୁମେ

      ଦୁଃଖେ ହୁଅନି ଅଧିର 

ସବୁ କ୍ଷଣସ୍ଥାୟୀ     ଅଟେ ଜୀବନରେ

       ସ୍ଥିତ ପ୍ରଜ୍ଞ ବ୍ରତ କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational