STORYMIRROR

PUSPALATA SAHOO

Inspirational

3  

PUSPALATA SAHOO

Inspirational

ଜୀବନ

ଜୀବନ

1 min
381

ଦୁନିଆଟା ଅଟେ ଦି ଦିନିଆ ଲୋ

କେବେ ହସ କେବେ କାନ୍ଦ।।

ସୁଖ ଦୁଃଖ ତାର ଦୁଇ ପାର୍ଶ୍ଵ ଭାଇ

କେବେ ଭଲ କେବେ ମନ୍ଦ।।

ସୁଖରେ ଦୁଃଖରେ ତାଳ ଦେଇ ତୁମେ

ଚାଲିଲେ ଆଗକୁ ଆଗ।।

ସଂସାର ନାଆରେ ପାରି ହୋଇଯିବ

କରିବେନି କେହି ଭାଗ।।

ଦୁଃଖ କଷ୍ଟ ସହି ଜୀବନ ପଥରେ

ଅଗ୍ରସର ଯେବେ ହେବା।।

ସୁଖର ପାହାଚେ ଠିଆ ହୋଇ ଆମେ

ସଫଳ ନିଶ୍ଚେ ଲଭିବା।।

ଅଢେଇ ଦିନର ଵାଟୋଇ ଆମେ ତ

ବଂଚିବା ଯେ କେତେ ଦିନ।।

ଆପଣା କର୍ମକୁ ପାଥେୟ କରି

ବିତାଅ ନିଜ ଜୀବନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational