STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ଜୀବନ ତତ୍ତ୍ୱ

ଜୀବନ ତତ୍ତ୍ୱ

1 min
212

ସ୍ୱାର୍ଥରେ ମଗ୍ନ ରହେ ସ୍ୱାର୍ଥପର ଜନ

ସ୍ୱାର୍ଥ ହାସଲେ ବ୍ୟସ୍ତ ରହେ ତାର ମନ


ସବୁ ଯଦି ସ୍ୱାର୍ଥ ପଥେ ହେବେ ଅଗ୍ରସର

କେହି ଯଦି ନହେବ ସହାୟକ ଅନ୍ୟର


ନ କରିବ ଯଦି ମଣିଷକୁ ନିଜ ଆପଣାର

ସମାଜ ଚାଲିବ କି ସମସ୍ତଙ୍କୁ କରି ସାତପର 


କିଛି ଚାଲନ୍ତି ସତ୍ୟ ଧର୍ମ ନ୍ୟାୟର ପଥରେ

ନିଜେ ଦେଇଥିବା ବାଣୀକୁ ଲଗାନ୍ତି କାର୍ଯ୍ୟରେ 


ବାଣ୍ଟନ୍ତି ଆଲୋକ, ଦୀପ ସମ, ନିଜେ ଜଳି

ଦୁନିଆର ରୂପ ସେହି ପାଇଁ ଦିଶେ ଝିଲ୍ଲୀମିଲି 


ମଣିଷତ୍ୱ ହଜିଯିବ ଯଦି ଭୁଲି ସୁନ୍ଦରତା ଧର୍ମ

ଲୁପ୍ତ ହୋଇବ ମାନବ ସମାଜ ହୋଇଣ କୁକର୍ମ


ବଢିବ ଯଦି ସବୁ ଆସୁରିକ ଶକ୍ତି ଏ ସଂସାରେ 

କlଳର ରଶି ଲାଗେ ସମସ୍ତ ଜନଙ୍କ ଗଳାରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational