" ଜୀବନ ସଂଘର୍ଷ "
" ଜୀବନ ସଂଘର୍ଷ "
ଜୀବନ ଅଟଇ ଛୋଟ ପିଲାଟିଏ
ଜୀବନ ସଂସ୍କାରେ ଗଢ଼ା
ମାଆର ମମତା ତା ପାଇଁ ପ୍ରସାଦ
ଜୀବନ କଷ୍ଟରେ ଗଢ଼ା ।
ଜୀବନ ଜୀବନେ ଦାନା କନା ପାଇଁ
ସଂଘର୍ଷ ଜୁଆର ଛୁଟେ
ଖାଉ କି ନ ଖାଉ ତା ମୁହଁରେ ସଦା
ସ୍ମିତ ହାସ୍ୟ ଲାଖି ଥାଏ ।
ଜୀବନ ଜୀବନ ଛୋଟ କଳିଟିଏ
ସପନେ ଭରା ହୃଦୟ
ଗୁରୁ ଗୁରୁଜନେ ସଦା ଭକ୍ତି କରେ
ନମ୍ରତା ତାର ଆଶ୍ରୟ ।
ଜୀବନ ଜୀବନେ କ୍ରୋଧ ପଶି ନାହିଁ
ଶାନ୍ତ ସରଳ ସ୍ଵଭାବ
ତା ସ୍ୱଭାବ ପରା ମନ୍ତ୍ର ମୁଗ୍ଧ କରେ
କିଣେ ମନ ସଭିଙ୍କର ।
ସ୍ୱଭାବେ ସୁନ୍ଦର ଜୀବନ ଜୀବନ
ଭାବ ଅଟେ ମଧୁମୟ
ଶ୍ରଦ୍ଧା ସମ୍ମାନରେ ମୂର୍ତ୍ତିମନ୍ତ ସିଏ
ଧୈର୍ଯ୍ୟ ତାର ବଡ଼ ଅସ୍ତ୍ର ।
ସକାରାତ୍ମକ ର ସବୁଜ ପତ୍ରରେ
ଜୀବନ ବୃକ୍ଷଟି ଭରା
ତା ସ୍ବଭାବ ତାକୁ ଭରସା ଦିଅଇ
ପାଏ ପ୍ରେମ ବାରିଧାରା ।
ଅର୍ଥ ନ ଥିଲେ ବି ଅନର୍ଥ ହୋଇନି
ସପନ ପୁରଣ ପାଇଁ
ଭଲ ପାଇବାର ଚିର ସ୍ରୋତସ୍ୱିନୀ
ଗଲା ତାର ପାଦ ଛୁଇଁ ।
ସପନ ତାହାର ହୋଇଗଲା ସତ
ସଦ୍ଗୁଣର ପରଶାରେ
ଅନ୍ୟ ମାନଙ୍କର ସହଯୋଗ ନେଇ
ନିଜ ଗୋଡ଼େ ଠିଆ ହୁଏ।
ଟଙ୍କା ସୁନା ଧନ ଦୌଲତ ନଥିଲା
ଥିଲା ସଦ୍ଗୁଣର ଖଣି
ଧଇର୍ଯ୍ୟ ଚଟାଣ ମଜଭୁତ ଥିଲା ଯେ
ହେଲା ସେ ଗାଁ ର ମଣି ।
ଚିକିତ୍ସକ ହୋଇ ସେବା ପରଶିଲା
ଅହଂ ଶୂନ୍ୟ ତାର ମନ
ଦୁଃଖି ରଙ୍କି ସେବା ତା ଜୀବନ ବ୍ରତ
ଜୀବନ ଦେଲା ଜୀବନ ।
ପାଞ୍ଚଖଣ୍ଡ ଗାଁ ତା ପାଇଁ ଗର୍ବିତ
ପ୍ରେମ ସଂଜୀବନୀ ହେଲା
ପ୍ରତି ଜୀବନର ଅକୁହା କଥା କୁ
ସେ ତ ବୁଝି ପାରୁଥିଲା ।
ବିଭୁ ପ୍ରେମେ ତାର ଜୀବନ ପ୍ଳାବିତ
ସେବାରେ ମନ ମୋହିଲା
ନିର୍ମୋହ ସେବାରେ ସମସ୍ତଙ୍କ ଠାରୁ
ଇଶ୍ଵର ଆସ୍ଥା ପାଇଲା ।
