STORYMIRROR

Rajalaxmi Tripathy

Tragedy

3  

Rajalaxmi Tripathy

Tragedy

ଜୀବନ ସଂଘର୍ଷ

ଜୀବନ ସଂଘର୍ଷ

1 min
448

ଆହା !

ବୁନା ମା'ଚାଲିଗଲା ଆରପାରି,

କେତେ ଆଉ କରିଥାନ୍ତା ମନଟାଣ

ସହିଲାନି ଦଇବ ତା'ଦୁଃଖି ଜୀବନକୁ ।

ଶବଟାର ଶେଷକାମ ସାରି

ଫେରିଥିଲା ବୁନା ବାପା ମଶାଣି ଭୂଇଁରୁ

କାନ୍ଦି କାନ୍ଦି ଗଡିଗଲା ଦାଣ୍ଡ ଦୁଆରରେ

ଦୁଃଖ ରେ ତା'କାନ୍ଦିବାକୁ କେହି ନାହିଁ

କାନ୍ଦି ଥିଲା ଆକାଶ ଟା କିଛି କ୍ଷଣ

ଟୋପା ଟୋପା ଲୁହ ଢାଳି ।


ଆର ବର୍ଷ ଏଇଦିନ ବଡ଼ପୁଅ ବୁନା

ଯାଇଥିଲା ବିଦେଶକୁ ଠିକାଦାର ସାଙ୍ଗେ

ଦାଦନ ଟେ ହୋଇ,

କରିଥିଲା ମାଟିଖୋଳା କାମ

ଖସିଗଲା ମାଟି ଅତଡା ଟି ବୁନା ର ପିଠିରେ

ଆଖିବୁଜି ଦେଲା ବୁନା ସବୁଦିନ ପାଇଁ ।


ସାନପୁଅ ମୁନ୍ନା ଆଠବର୍ଷ ବୟସର

ଭୋଗୁଥିଲା ରକ୍ତ ଶିକୁଳିର ରୋଗ

ଅସହାୟ ବୁନାବାପା ଧରି ରଖିପାରିଲାନି

ଶିକୁଳିଟି ତା'ବାତ୍ସଲ୍ୟ ପ୍ରେମ ର ।

ଶିକୁଳି ଛିଣ୍ଡାଇ ମୁନ୍ନା

ରହିଗଲା ତାରାଟିଏ ହୋଇ

ସବୁଦିନ ପାଇଁ ।

ସହିଥାନ୍ତା କେତେ ଆଉ ଦୁଃଖ

ବୁନା ମା'ର କଙ୍କାଳ ଛାତି ଟି

ବୁଝୁଥିଲା ବୁନାବାପା ନିତି ତାର

ଗୁମୁରା କାନ୍ଦରୁ ।


ଦିନ ରାତି କାନ୍ଦୁଥିବା ହୃଦୟଟି

ବନ୍ଦ ହୋଇଗଲା ଆଜି

ଆଉ କେବେ କାନ୍ଦିବନି ବୋଲି ।


ଏବେ ବୁନାବାପା ପ୍ରତିଦିନ କାନ୍ଦେ

ଆକାଶକୁ ଚାହିଁ

କିଏ ଅଛି ଶୁଣିବାକୁ,

ତା'ଜୀବନ ସଂଘର୍ଷର

ବୁକୁଫଟା କ୍ରନ୍ଦନ ଓ ଆର୍ତ୍ତଚିତ୍କାର ।


Rate this content
Log in

Similar oriya poem from Tragedy