STORYMIRROR

Ajita Mishra

Abstract

3  

Ajita Mishra

Abstract

ଜୀବନ ର ପଥ

ଜୀବନ ର ପଥ

1 min
131

ପିଠିରେ ବୋକଚା

ଭୋକେ ଶୋଷେ

ସାଙ୍କୁଡି ବୋହିଥିଲି

ବୋଝଟିଏ ମଥାପରେ

ଚାଲୁଥିଲି ସ୍ୱର୍ଗର ତଲାସ୍ ରେ

ଅନେକ ପଥ ଏକାଆସି

ଲେଉଟି ଚାହିଁଲି ଥରେ

ଅଫେରା ବାଟକୁ

ହତବାକ୍ ହେଲି !

କେଡ଼େ ଲମ୍ବା ଦୁର୍ଦ୍ଦିନର ରାସ୍ତା....

ଆହୁରି ଅନେକ ବାକି

ସ୍ୱର୍ଗ କୁ ସୋପାନ କାହିଁ

ବଡ଼ ଙ୍କୁ ଉତ୍ତର ନାହିଁ 

 ହେଲେ କେହି ଦେଖିଛିକି

ଖାଲି ଖାଲି ଚାଲିବାରେ

ନିର୍ଦ୍ଦୟତାର ଶସ୍ତା ଜୀବନକୁ....

ଶେଷରେ ମୁ ଚିତ୍ର ପାଲଟିଲି

ଅସରନ୍ତି କ୍ୟାମେରା କାଗଜରେ

ସରଗ ଦିଶିଲାନି କାହିଁ

ପଥ କିନ୍ତୁ ଇତିହେଲା ତହିଁ

ଚାଲୁଚାଲୁ ଥକ୍କି ଗଲି

ଅଠାଅଠା ପାଟି

ଚିରନିଦ୍ରାରେ ଶାନ୍ତି ସିନା

ଆକ୍ତାମାକ୍ତା ହେଇ

ଅନ୍ତିମ ନିଃଶ୍ୱାସ ଛାଡିଲି.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract