STORYMIRROR

कार्त्तिक सेठी

Inspirational

4  

कार्त्तिक सेठी

Inspirational

ଜୀବନ ପଥେ

ଜୀବନ ପଥେ

1 min
471

ଧନ ଦେଇ ପ୍ରଭୁ  ପରୀକ୍ଷା କରନ୍ତି

   ଦାନ କରୁଛ କି ନାହିଁ

ମାନ ଦେଇ ପ୍ରଭୁ ପରୀକ୍ଷା କରନ୍ତି

   ଅହଂ ରଖୁଛ କି ନାହିଁ !!


ରୂପ ଦେଇ ପ୍ରଭୁ  ଦେଖନ୍ତି କେମିତି

    କୁରୂପେ ପାଉଛ ଭଲ

ଶିକ୍ଷିତ କରାଇ  ଦେଖନ୍ତି କେମିତି

    ଶିକ୍ଷାର ରଖୁଛ ମୂଲ !!


ଜୀବନ ଏମିତି   ଏକ ଚାଟଶାଳୀ

   ପ୍ରତି ପଦେ ଥାଏ ଶିକ୍ଷା

 କୁବେର ନୁହଁନ୍ତି କେହି ବି ଏଠାରେ

    ମାଗୁଥାନ୍ତି ସର୍ବେ ଭିକ୍ଷା ।।


ନମ୍ରତା ଗୁଣରେ    ସବୁ ପ୍ରଶ୍ନପତ୍ର

     ସମାଧାନ କରୁଥିବା

ଭୁଲ୍ ହୋଇଗଲେ ସଂଶୋଧନ ପାଇଁ

     ପ୍ରଯତ୍ନ ନିଶ୍ଚେ କରିବା ।।


ଶିକ୍ଷା, ପରୀକ୍ଷାର ଆଳୟ ଜୀବନ

    ଆଳସ୍ୟ ଛାଡ଼ିବା ଆମେ

କର୍ମଧର୍ମ ନେଇ ଉତ୍ତୀର୍ଣ୍ଣ ହୋଇବା

   ଆସ୍ଥା ,ବିଶ୍ୱାସେ ଏ ଭୂମେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational