ଜୀବନ ପଥ
ଜୀବନ ପଥ
ଜୀବନର ପଥ ସହଜ ନୁହଁଇ
କେବେ କଣ୍ଟା କେବେ ଫୁଲ
ସହିବାକୁ ହୁଏ ଯନ୍ତ୍ରଣାର ଜ୍ୱାଳା
କପଟୀର ମାୟାଜାଲ I
ତଥାପି ପଥିକ ଚାଲିଛି ଚାଲୁଛି
ଚଳାଉଛି ତାର ପାଦ
କେବେ ଝଡଝଞ୍ଜା ଓଗାଳେ ତା ବାଟ
କେବେ ମିଳେ ଅପବାଦ I
ଚାଲ ସଖୀ ଆମେ କଣ୍ଟାରେ ଚାଲିବା
ସାଥିହେବା ଫୁଲ ସହ
ସୁଖ ପାଇବାକୁ ଦୁଃଖ ସହିଯିବା
ଢାଳିବା ଦିଟୋପା ଲୁହ I
ଅଜଣା ଫୁଲର ଅଚିହ୍ନା ମହକ
ମନେ ଭରିଦେବ ଖୁସି
ସରାଗରେ ତାକୁ ଛୁଇଁଦେବା ଟିକେ
ଲାଜରେ ଦେବ ସେ ହସି I

