STORYMIRROR

Bijay Prusty

Romance

3  

Bijay Prusty

Romance

ଜୀବନ ପଥ

ଜୀବନ ପଥ

1 min
212


ଜୀବନର ପଥ ସହଜ ନୁହଁଇ

କେବେ କଣ୍ଟା କେବେ ଫୁଲ

ସହିବାକୁ ହୁଏ ଯନ୍ତ୍ରଣାର ଜ୍ୱାଳା

କପଟୀର ମାୟାଜାଲ I

ତଥାପି ପଥିକ ଚାଲିଛି ଚାଲୁଛି

ଚଳାଉଛି ତାର ପାଦ

କେବେ ଝଡଝଞ୍ଜା ଓଗାଳେ ତା ବାଟ

କେବେ ମିଳେ ଅପବାଦ I

ଚାଲ ସଖୀ ଆମେ କଣ୍ଟାରେ ଚାଲିବା

ସାଥିହେବା ଫୁଲ ସହ

ସୁଖ ପାଇବାକୁ ଦୁଃଖ ସହିଯିବା

ଢାଳିବା ଦିଟୋପା ଲୁହ I

ଅଜଣା ଫୁଲର ଅଚିହ୍ନା ମହକ

ମନେ ଭରିଦେବ ଖୁସି

ସରାଗରେ ତାକୁ ଛୁଇଁଦେବା ଟିକେ

ଲାଜରେ ଦେବ ସେ ହସି I

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance