STORYMIRROR

Jyotsna Acharya

Classics Inspirational Others

3  

Jyotsna Acharya

Classics Inspirational Others

ଜୀବନ ପର୍ଯ୍ୟାୟ

ଜୀବନ ପର୍ଯ୍ୟାୟ

1 min
370

ଦୁଇଟି ଅକ୍ଷର ରଂଗ ଶବ୍ଦଟିଏ

ବିଚିତ୍ର ତୋ ଅଂଙ୍ଗରାଗ,

କଳା ଧଳା ରଂଗ ରୂପର ବିନ୍ୟାସ

ଅପୂର୍ବ କରୁଣା ଢଙ୍ଗ ।


ଚାରି ଯୁଗ ନାମ ନନ୍ଦୀଘୋଷ ପ୍ରାଣ

ଜୀବନର ଚାରି ଯୁଗ,

ଶୈଶବ ଯୌବନ ପୌଢ ବାର୍ଦ୍ଧକ୍ୟ

ଲେଖି ଥାଉ କାଳୀ କଲମ ଗାର।


ଓଠ ଧାର ରେଖା ଲଳିତ ବିଜୁଳି 

ଜନ୍ମଟିଏ ଶିଶୁ କଅଁଳ ହସ,

ସ୍ନେହ ମମତାର ବାତ୍ସଲ୍ୟପ୍ରାଣ ତୋ 

ମାଟି ରୁ ଆକାଶ ସରଗରୁ ବଡ ସରଗରସ।


ତୋହରି ଭିତରେ ଜୀବନ ଯାତ ଟି 

ଆରମ୍ଭରୁ ଶେଷ,

ବୁଡୀଆଣୀ ବୁଣେ, ଅବା 

ଜାଲର ଫାସ।


ତଥାପି ତ ତୁହି ଭରସା ବାସ୍ନାରେ

ଜୀବନ ଜଳଇ ଚଉରା ମୂଳେ,

ଦୀପଟିଏ ହୋଇ ଜଳୁଥାଉ ନୀତି

କରିବା ପାଇଁ କି ଅନ୍ଧାର ନାସ।


ସ୍ନେହ ଭକ୍ତି ତୋର ଦୁଇ ରଂଗ ହାତ 

ବାନ୍ଧି ଥାଉ ଡୋରି ମୃତ୍ୟୁ ସେପାଖ,

ହୃଦୟରେ ବଶ ଲକ୍ଷ୍ମୀ ପ୍ରାଣ ଫାସ

ପତି ପାଇ ପତ୍ନୀ, ଏକ ମନ ପ୍ରାଣ ଉଭୟେ ବାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics