STORYMIRROR

Suresh chandra Padhy

Drama

3  

Suresh chandra Padhy

Drama

ଜୀବନ ନାଟକ

ଜୀବନ ନାଟକ

1 min
147


ଜୀବନ ନାଟକ ଏମିତି ଲାଗୁଛି

କେବେ ସୁଖ ପୁଣି କେବେ ଦୁଃଖ ମିଳୁଛି

ଏଠି କେହି ନୁହେଁ ଅତି ଆପଣାର

ସ୍ୱାର୍ଥରେ ବନ୍ଧା ଏ ସାରା ସଂସାର

କେବେ ପୁଅ ହୋଇ ଅଭିନୟ କରୁଛି

କେବେ ଭାଇ ହୋଇ ସବୁ ବୁଝୁଛି

ସ୍ୱାମୀ ରୂପେ ଦାୟିତ୍ୱ ନିଏ କାହାର

କିଏ ବାପା ଡାକି କରି ଦିଏ ଅଧିର

କେବେ କିଛି ପାଇବାକୁ ଇଚ୍ଛା ହେଉଛି

କେବେ ସଫଳତା ଆସୁ ଆସୁ ହାରି ଯାଉଛି

କେବେ ନିନ୍ଦା ଅପମାନ ମାଡି ଆସୁଛି

କେବେ ପୁଣି କିଏ ଶତ୍ରୁ ହୋଇ ଦାଉ ସାଧୁଛି

କେତେ ବିପତ୍ତି ଜୀବନେ ସହି ବାକୁ ହୁଏ

କେତେ କ୍ରୋଧ ଆସି ମନ କୁ ଜଳାଏ

ମିଛ ଦୁନିଆ ରେ କେତେ ସ୍ବପ୍ନ ମନରେ ରହିଛି

ଧନ ଜନ ଯୌବନ ରେ ଆସକ୍ତି ଆସୁଛି

ନିର୍ଦେଶକ ଏଠି ହୋଇଛନ୍ତି ପରମେଶ୍ୱର

ସତ୍ତ୍ଵ ରଜ ତମ ରେ ବନ୍ଧା ଏ ସାରା ସଂସାର

ଜନ୍ମ ସତ୍ୟ ପୁଣି ମୃତୁ ଚିରନ୍ତନ ସତ୍ୟ

ଦେହ ଅନିତ୍ୟ ଆତ୍ମା ନିତ୍ୟ ଚୈତନ୍ୟ

ଅଜନ୍ମା ଅମର ପୁର ସେହି ଆମ ଘର

ଏ ଶରୀର ଭଡା ଘର ଜାଣ ସବୁ ନର

ଜୀବନ ନାଟକ ଦିନେ ସବୁ ସରି ଯିବ

ଏକା ହୋଇ ଆସି ଥିଲେ କେହି ସାଥେ ନ ଯିବ

ହରି ନାମ ଭଜ ହରି ଏକା ମୁକ୍ତି ସାଗର

ହରି କାଟିବେ ବନ୍ଧନ ହରି ନାମ ଏକା ସାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama