ଜୀବନ ମୋ ଯମୁନା ନଈ
ଜୀବନ ମୋ ଯମୁନା ନଈ
ଜୀବନ ମୋ ଯମୁନା ନଈ,
ଧୀରେ ଧୀରେ ବଢ଼େ ମୁଁ ସାଗର ପାଇଁ,
ତୁହି ତ ସାଗର, ପ୍ରେମର ସାଗର
ପ୍ରେମେ ବାନ୍ଧି ନେ କଳା ଗୋସେଇଁ । l0l
ତୋ ସେ ଢେଉ ତାଳେ ତାଳେ
ଭସାଇବି ମନକୁ,
ତୋ ସେ ଜଳ ଅଥଳେ
ମିଶାଇବି ପ୍ରାଣକୁ,
ସାଗରରେ ଯାଇ, ମିଶିବ ଏ ନଈ,
ମନ ନାଚେ ମୋ କଳା ଗୋସେଇଁ । l1l
ମୋ ମନରେ ଯେତେ ଅଛି
ପାପ ପୁଣ୍ୟ ତୁ ନେବୁ,
ତୋ ଦେହେ ଲୀନ ହୋଇ
ନିର୍ବାଣ ତୁ ଦେବୁ,
ମୁଁ ତୋ ପାଇଁ, ତୁ ମୋ ପାଇଁ
ପ୍ରେମେ ବାନ୍ଧି ନେ କଳା ଗୋସେଇଁ । l2l
