STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଜୀବନ କଣ?

ଜୀବନ କଣ?

1 min
218


ଜୀବନ କଣ!

ହୁ ହୁ ବଢି ଯିବା ତାଳ ଗଛ ପରି !

ପଢ଼ିସାରି ଚାକିରୀ ବାକିରି କରିବା !

କିଛି ରୋଜଗାର ପନ୍ଥା ହେଉ ହେଉ

ବାହା ହୁଅ

ଲଭ୍ କରି

ବା ଆରେଞ୍ଜ୍

ମୁନ୍ ରୁ ହନି

ଝରୁ କି ନଝରୁ

ପିଲା ହେବା ଥୟ

କେହି ଗ୍ୟାପ୍ ରଖି

ବା କାହାର ସାଙ୍ଗେ ସାଙ୍ଗେ

ବର୍ଷକ ଭିତରେ

ଆସି ଯାଇଥାନ୍ତି ନୂତନ ଅତିଥି।


ବାପା କି ମାଆ ହେବା

ସୁଖ କିଛି ନିଆରା

ଦାୟିତ୍ୱ ବଢିଯାଏ

ନିଦ ହଜିଯାଏ କେବେ

ପିଲା ରୋଗ ପାଇଁ

କେବେ ପଢା ପାଇଁ ତ

କେବେ ଭବିଷ୍ୟତ ପାଇଁ

ଖୁବ୍ ଖଟିବାକୁ ପଡେ

ନିଜ ଅବସ୍ଥାକୁ ଚାହିଁ

ସଞ୍ଚୟ କରିବା ନିହାତି ଜରୁରୀ

ପରିବାର ସାଙ୍ଗକୁ

ନିଜ ଛୁଆ ପିଲାଙ୍କ ଚିନ୍ତା

ନିଜ ପେଟରୁ କାଟ 

ନିଜ ସଉକ ଛାଡ଼

ନହେଲେ ଅଭାବ ରାକ୍ଷସ ଗିଳି ଦେବ…..।


ପିଲାଙ୍କ ଛୋଟ ବେଳେ ଚିନ୍ତା

ବେଶୀ ରୋଗ ପାଇଁ

ବଡ଼ ହେଲେ ଚିନ୍ତା ସଙ୍ଗ ନେଇ

ନିଶା ପାଣି ଖାଉନି ତ..

ଅସାମାଜିକ ବନ୍ଧୁ ମେଳେ ବାପା ଅଜା ନାଆଁ

ପକେଇବନି ତ ..

ଠିକ୍ ଭଲ ମଣିଷଟିଏ ହେବତ ..

ଭଲ ଚାକିରୀଟିଏ ମିଳିବତ..

ପୁଣି

ଭଲ ଜୀବନ ସାଥିଟିଏ ବି ମିଳିବ ତ ?


ତେବେ ଜୀବନ କଣ 

ଏଇଆ!!

ଖାଲି ଅଣନିଃଶ୍ଵାସୀ ଦୌଡା

ଶେଷକୁ

ଯାହା ପାଇଁ ଦୌଡ଼ି ଦୌଡ଼ି

କେତେ ଝୁଣ୍ଟା

ଖଣ୍ଡିଆ ଖାବରା

ଝାଳ ନାଳ ସରସରକୁ

ରକ୍ତ ପାଣି 

ସେ ଏବେ ବଡ଼ ଅଫିସର

କିନ୍ତୁ ତୁମେ !!

କବାଟ ତାଡି ଘର ଭିତରୁ ବାହାରୁଛ

କଙ୍କାଳ ନିଃସଙ୍ଗ ଜୀବନ ଜିଉଁଥିବା ବାପା ମାଆ

କିମ୍ବା

ବୃଦ୍ଧାଶ୍ରମେ

ଫେଡୁଛ

ହରୁଛ

ଗୁଣୁଛ

ମିଶାଣ କିନ୍ତୁ ଆସୁନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy