ଜୀବନ ଖରା ଛାଇର ଖେଳ
ଜୀବନ ଖରା ଛାଇର ଖେଳ
ଦୁଇଦିନିଆଁ ଏ ମଣିଷ ଜୀବନ
ମିଛମାୟା ଭରା ଯେତେକ ସପନ
ଧନଜନ ଯଶ କିଛିଦିନ ଲାଗି
ମରଣ ବସିଛି ବାଟକୁ ତ ଜଗି ।
ମାନ ଅପମାନ କ୍ଷଣସ୍ଥାୟୀ ଭାଇ
ତୁମ ଦୁଃଖ ଲାଗି ତୁମେ ଏକା ଦାୟୀ
ଅନ୍ୟାୟ ଅନୀତି କରୁଥାଅ ନିତି
ଈଶ୍ୱରଙ୍କ ପ୍ରତି ନାହିଁ ତୁମ ଭୀତି ।
ଆଜି ଅଛି ଜୀବ କାଲି ନ ରହିବ
ମରିଗଲା ପରେ କିଏ ବା ଜାଣିବ
ଜୀବନରେ କେତେ ସୁକର୍ମ କରିଛ
କେଉଁ ଦୁଃଖୀଙ୍କର ଦୁଃଖକୁ ହରିଛ ।
ଆପଣା ସ୍ୱାର୍ଥରେ ବିତାଇଲ ଦିନ
ଚିର କଳଙ୍କିତ ତୁମର ଏ ମନ
ଅଧର୍ମ ପଥକୁ ବାଛିନେଲ କିଆଁ
ଭ୍ରଷ୍ଟାଚାରୀ ସାଜି ବୁଲାଉଛ ଭୁଆଁ ।
ମିଠାକଥା କହି ମନକୁ ଯେ ହରି
ପଛରୁ ମାରୁଛ ତୁମେ ବନ୍ଧୁ ଛୁରୀ
ପାପର ପଙ୍କରେ ଡୁବି ଦିନେ ଯିବ
ଗର୍ବ କରିବାକୁ ପ୍ରାଣ ଆଉ ଥିବ ।