STORYMIRROR

kamal kumar dash

Romance

3  

kamal kumar dash

Romance

ଜୀବନ କବିତା ଟିଏ

ଜୀବନ କବିତା ଟିଏ

1 min
235

 ମନ ଖୋଜେ ସାଥୀ   ପ୍ରୀତି ଖୋଜେ ସୃତି

         ହୃଦୟ ଦୁଆର ଖୋଲି

ସବୁ ଫିକା ଫିକା      ରଙ୍ଗ ହୀନ ଲାଗେ

         ସାଥୀ ତୁମେ ନାହଁ ବୋଲି (1)

ଏଇତ ଜୀବନ               ଏଇ ଆମ ମନ

         ନିମିଷକେ ଉଡି ଯାଏ

ସୃତିର ଲହଡି          ବେଳା ଭୂଇଁ ଛୁଇଁ

         ଖାଲି ଖାଲି ଫେରିଯାଏ (2)

ତୁମ ମନ କଥା              ବୁଝିବା କଠିନ

        ବୁଝୁଚି ତୁମ କବିତା

ଜୀବନଟା ଖାଲି           ନୁହେଁ ମରୁବାଲି

           ଝଡ ପର  ନୀରବତା (3)

କିଛି ସୃତି ଭରା        କିଛି ପ୍ରୀତି ଝରା

          ଜୀବନ କବିତା ଟିଏ

କେବେ ବୁଝି ହୁଏ      କେବେ ହୁଏ ନାହିଁ

           ଖାଲି ବାଟ ଚାଲୁଥାଏ (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance