STORYMIRROR

Manaswini Dash

Tragedy

4  

Manaswini Dash

Tragedy

ଜୀବନ ଜୀବିକା

ଜୀବନ ଜୀବିକା

1 min
158

ସମସ୍ୟା ଅର୍ଣ୍ଣବରେ ଜୀବନ ଆଜି ଯନ୍ତ୍ରଣାର ନିଚ୍ଛକ ପରିପ୍ରକାଶ 

ବିଚ୍ଛେଦ ମହାମାରୀ ଇପ୍ସିତ ଧରାରେ ବାଢ଼ିଦେଇଛି କେବଳ ଅବଶୋଷ ।


ଜୀବନକୁ ବଞ୍ଚିବାର ସାଧନ ଜୀବିକା ଆଜି ବାହୁଡା ପୁଣି ଦିଗହରା 

ଆଶାର ବିବର୍ଣ୍ଣ ପଡିଆରେ ଖାଲି ନିଃସହାୟତାର ପରିପ୍ରକାଶ, ଲାଗେ ଆଜି ସର୍ବହରା ।


ଜୀବିକାର ଯନ୍ତ୍ରଣା ତୋଳିଦେଇଛି ଅପ୍ରମିତ ବିଷାଦର ନିପୀଡିତ ଗୃହପରି 

ଜୀବନ ଚାଲୁଛି ପ୍ରତିକୂଳ ସ୍ରୋତରେ ସଂଘର୍ଷରତ ନାଆପରି ।


ବାତ୍ୟା ପୁଣି ମହାମାରୀର ଅତ୍ୟାଚାରରେ ଜୀବନ ପାଲଟିଛି ଖଣ୍ଡିତ ମନ୍ଦିର 

କପାଳେ କର ମାରିବା ଛଡା ନାହିଁ କିଛି ଗତ୍ୟନ୍ତର ।


ସର୍ବତ୍ର ହା ହା କାର, ହଜିଯାଇଛି ଜୀବନର ତମାମ ସ୍ୱପ୍ନ, ଜୀବନରେ ପାଲଟିଛି ମୃତ ନିସ୍ତରଙ୍ଗ ସମୁଦ୍ର ପରି 

ଗରିବ ଆଜି ରଚୁଛି ଲୁହବତୁରା ପୃଷ୍ଠା ଆଉ କେନ୍ଦରାରୁ ଜାତ ହୁଏ କରୁଣ ମୂର୍ଚ୍ଛନାର ଲହରୀ ।


ତେଣୁ ଗରିବ ଆଜି ଚିତ୍କାର କରୁଛି ଜୀବିକା ପାଇଁ 

ନହେଲେ ଜୀବନ ପାଲଟିଯିବ ଅମାପ ବିଳାପର ବେଳାଭୁଇଁ ।


Rate this content
Log in

Similar oriya poem from Tragedy