STORYMIRROR

Geeta Sarangi

Abstract

4  

Geeta Sarangi

Abstract

ଜୀବନ ଗୀତା-୪୪୩

ଜୀବନ ଗୀତା-୪୪୩

1 min
336

ଜିଇଁବାର ଯଜ୍ଞ ଅଟେ

ଏ ମହା ଜୀବନ

ପୂର୍ଣ୍ଣାହୂତି ହୁଏ ତାର

ଅବଶ୍ୟ ମରଣ ॥୦॥

ଯଜ୍ଞର ନିଆଁରେ 

ଆହୂତି ଢାଳି

ଆଗକୁ ବଢେ ସେ

ରୋଷଣି ଜାଳି

ଅଂଧକାରେ କରେନାହିଁ

ଅରଣ୍ୟ ରୋଦନ ॥୧॥

ଅନ୍ଧକାର ଦୂର

କରଇ ସଦା

ଦୂରେଇ ଦିଏ ସେ

ସକଳ ବାଧା

ଆଲୋକ ବିତରି ଯାଏ

ସୂର୍ଯ୍ୟର ସମାନ ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract