STORYMIRROR

Geeta Sarangi

Abstract

4  

Geeta Sarangi

Abstract

ଜୀବନ ଗୀତା-୪୪୩

ଜୀବନ ଗୀତା-୪୪୩

1 min
328

ଜିଇଁବାର ଯଜ୍ଞ ଅଟେ

ଏ ମହା ଜୀବନ

ପୂର୍ଣ୍ଣାହୂତି ହୁଏ ତାର

ଅବଶ୍ୟ ମରଣ ॥୦॥

ଯଜ୍ଞର ନିଆଁରେ 

ଆହୂତି ଢାଳି

ଆଗକୁ ବଢେ ସେ

ରୋଷଣି ଜାଳି

ଅଂଧକାରେ କରେନାହିଁ

ଅରଣ୍ୟ ରୋଦନ ॥୧॥

ଅନ୍ଧକାର ଦୂର

କରଇ ସଦା

ଦୂରେଇ ଦିଏ ସେ

ସକଳ ବାଧା

ଆଲୋକ ବିତରି ଯାଏ

ସୂର୍ଯ୍ୟର ସମାନ ॥୨॥



Rate this content
Log in

Similar oriya poem from Abstract