STORYMIRROR

Geeta Sarangi

Abstract

4  

Geeta Sarangi

Abstract

ଜୀବନ ଗୀତା-୪୨୬

ଜୀବନ ଗୀତା-୪୨୬

1 min
344

ଜୀବନ ଜଡିତ ପ୍ରକୃତି ସହିତ

କେଉଁ ଆଦିମ କାଳରୁ

ଜୀବନ ଜୀବିକା ଜୀବନର ଶିକ୍ଷା

ସବୁ ମିଳେ ପ୍ରକୃତିରୁ ॥୦॥

ବୈଦିକ ଯୁଗରୁ ପଶୁପକ୍ଷୀଙ୍କର

ବର୍ଣ୍ଣନାତ ପୁରାଣରେ

ପ୍ରକୃତି କୋଳରେ ମଣିଷ ବଢିଛି

ଜୀବଜନ୍ତୁ ଗହଣରେ

ଆଜି ତାକୁ ପଛ କରି ସେ ଆନନ୍ଦ

ଖୋଜେ କୃତ୍ରିମତା ଠାରୁ ॥୧॥

ତାଣ୍ଡବ ତାହାର କେତେ ଭୟଙ୍କର

ବୁଝୁଅଛି ଆଜି ସିଏ

ପ୍ରକୃତିର ରୋଷ ହୋଇ ଅଣଚାଷ

ଉଜାଡିତ ସବୁଦିଏ

ତାଆସର ଘର ପରି ଚୂର୍​ମାର

ଶିକ୍ଷା ଲଭେ ପ୍ରଳୟରୁ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract