STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୨୫

ଜୀବନ ଗୀତା-୪୨୫

1 min
375

ଜୀବନର ସବୁଠାରୁ ବଡ ସତ୍ୟ

ଅଟେ ଅଂଧାର

ସାମ୍ନାକରି ଶିଖିଗଲେ ଜୀବନତ

ଲାଗେ ସୁନ୍ଦର ॥୦॥

ଅଂଧାର ନଥିଲେ ଆଲୁଅର ମୂଲ

ବୁଝନ୍ତାବା କିଏ କାହିଁ

ଅଂଧାର ସାଥିରେ ଭାବ କରିନେଲେ

ଆଉ ଡର ମାଡେନାହିଁ

ଆଲୁଅରୁ ଅଂଧାରତ ନୁହେଁ

ଜମାରୁ ଦୂର ॥୧॥

ଆଲୁଅ ଯେତିକି ଅଂଧାର ସେତିକି

ଜୀବନର ଏଇ ପଥ

ଆଲୁଅ ଅଂଧାର ଭିତର ଦେଇକି

ଗଡଇ ଜୀବନ ରଥ

ସେଇଥି ପାଇଁକି ଜୀବନ ଲାଗଇ

ସତ୍ୟ ସୁନ୍ଦର ॥୨॥

No photo description available.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational