STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୨୪

ଜୀବନ ଗୀତା-୪୨୪

1 min
163

ଜୀବନ ଧରାରେ ଏକ

ଅନିର୍ବାଣ ଦୀପଶିଖା

ଯେତେ ଝଡ ଆସିଲେବି

ମୁକାବିଲା କରେ ପକ୍କା ॥୦॥

ଝଡ ଆସୁ ବାତ୍ୟା ଆସୁ

ଜୀବନତ ଡରେନାହିଁ

ସାମ୍ନାକରେ ସବୁବେଳେ

ଅଣ୍ଟାରେ ଲୁଗା ଗୁଡାଇ

ନିଜର ଭୁଲ୍​ରୁ ନିଏ

ନିଜେଇତ ମହାଶିକ୍ଷା ॥୧॥

ସଫଳ କାହାଣୀ ସିଏ

ଲେଖିଯାଏ ଧରାପରେ

ବିଫଳ ହୋଇସେ ବସି

ରହେନାହିଁ ଘରକୋଣେ

ଭୟପାଇ କରେନାହିଁ

କେବେସେ ଜୀବନ ଭିକ୍ଷା ॥୨॥


Rate this content
Log in

Similar oriya poem from Inspirational