STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୨୨

ଜୀବନ ଗୀତା-୪୨୨

1 min
278

ଜୀନର ପାତ୍ର ପରିପୂର୍ଣ୍ଣ କାର

କାହାରବା ଗଡଗଡା

ସପନ ସବୁକୁ ପୂରାକରେ କିଏ

କାହାରବା ଅଧାଗଢା ॥୦॥

ଖଣ୍ଡାର ଧାରରେ ଚାଲୁଥାଏ କିଏ

କାହାପାଇଁ ବିଛା ଗାଲିଚା

କଣ୍ଟାର ଶେଯରେ ଶୋଇଥାଏ କିଏ

କାହା ଭାଗ୍ୟେ ଫୁଲ ବଗିଚା

ଭବିଷ୍ୟତ କାର ଉଜ୍ଜଳତାପୂର୍ଣ୍ଣ

କାହାରବା ପୋଡପୋଡା ॥୧॥

ଆବିଳତାପୂର୍ଣ୍ଣ କାହାର ଜୀବନ

କାହାର ଅତୀବ ନିର୍ମଳ

ଅନ୍ୟପାଇଁ କିଏ ନୀଳକଣ୍ଠ ସାଜି

ପିଇଯାଏ ସବୁ ଗରଳ

ଧୀରସ୍ଥିର କିଏ ଜୀବନ ଯାତ୍ରାରେ

କିଏପୁଣି ଛନ୍ନଛଡା ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational