STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୦୦

ଜୀବନ ଗୀତା-୪୦୦

1 min
373


ଜୀବନରେ ସନ୍ଥ ହେବା ଜମା

ବଡ କଥା ନୁହେଁ

ମଣିଷ ପରି ମଣିଷ ହେବା

ବଡ କଥା ଟିଏ ॥୦॥

ସାଧୁସନ୍ଥ ନୁହେଁକି ନୁହେଁ ସଇତାନ

ସାଧାରଣ ଜନତା ଅଟେ ମୂଲ୍ୟବାନ

କୃଷିକର୍ମ କରି କୃଷକ ଭାଇ

ସଂସାରକୁ ଦିଏ ଅନ୍ନ ଯୋଗାଇ

ଏଇ ଦୁନିଆରେ ତାହାଠାରୁ

ମହତ ବା କିଏ ॥୧॥

ସୀମାରେ ପହରା ଦିଏ ସୈନିକ

ସେଥିପାଇଁ ଦେଶବାସୀ ନିଦକ

ଯେଝା କର୍ମ ଯେଝା କରିଯାଆନ୍ତି

ସେଥିପାଇଁ ସିନା ଜଗତେ ଶାନ୍ତି

ସାଧାରଣ ମଣିଷର କର୍ମ

ସଦା ବଡ ହୁଏ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational