STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା ୩୬୧

ଜୀବନ ଗୀତା ୩୬୧

1 min
318


ଜୀବନ ଲେଖିଛି କେତେ

ଲୋହିତ ଅକ୍ଷରେ

ଦାଉଦାଉ ଜଳେ ଆଜି

ସେତ ଅଂଧକାରେ ॥୦॥

ଅଂଧାର ରହିଛି ଯେଣୁ

ଆଲୋକ ବି ଅଛି

ଅଂଧାର ବିନା ଆଲୋକ

ମାନେନାହିଁ କିଛି

ପରିପୂରକ ଦୁହେଁଦୁହିଁଙ୍କ

ପାପ ସାଥେ ପୂଣ୍ୟ ଅଛି

ଅଙ୍ଗାଙ୍ଗୀ ଭାବରେ ॥୧॥

ଛାଇ ଆଲୁଅର ଖେଳ

ମଧ୍ୟରେ ଜୀବନ

ବିତୁଅଛି ବିତୁଥିବ

ସେତ ଅନୁକ୍ଷଣ

ବାଧା ବଂଧନ କରି ଖଣ୍ଡନ

ଜୀବନ ତ ଧାଉଁଥିବ

ପ୍ରଖର ସ୍ରୋତରେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational