STORYMIRROR

Geeta Sarangi

Inspirational Tragedy

3  

Geeta Sarangi

Inspirational Tragedy

ଜୀବନ ଗୀତା-୩୪୭

ଜୀବନ ଗୀତା-୩୪୭

1 min
503


ଜୀବନ କେବେ ରାସ୍ତା ଦେଖାଏ

କେବେ କରଇ ନିରାଶ

ଜୀବନ କେବେ ମଲମ ମାରେ

କେବେ ଦିଅଇ ପରାସ ॥୦॥

ଇନ୍ଦ୍ରଧନୁର ଅନ୍ୱେଷଣ

ଜୀବନରେ ସଦା ଲାଗିଥାଏ

ଯାତ୍ରାପଥରେ ଥକେନାହିଁ

କେବେହେଲେ ଥରଟିଏ ସିଏ

କେତେ ମୋଡ କେତେ ଭିଡ

ପଥରେ ପାରିହୋଇ କରେ ସେ

ଇନ୍ଦ୍ରଧନୁର ତଲାସ ॥୦॥

ନୂଆକରି ସେ ଆବିଷ୍କାର

ନିଜ ଜୀବନକୁ କରିଥାଏ

ଅସହାୟତା ନିରାଶାରେ

କେବେବି ସିଏ ଘାରି ନହୁଏ

କେତେ ଶୋକ କେତେ ଦୁଃଖ

ଜୀବନେ ଭୋଗିସାରି କେବେ ସେ

ହରାଏ ନାହିଁ ଉଚ୍ଛ୍ୱାସ ॥୨॥


Rate this content
Log in

Similar oriya poem from Inspirational