STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୪୬

ଜୀବନ ଗୀତା-୩୪୬

1 min
221


ଜୀବନ କେବେ ପୂର୍ଣ୍ଣାଙ୍ଗ

କେବେ ସେ ଭଗ୍ନାଂଶ

କେବେ ସିଏ ପୂର୍ଣ୍ଣଗଳ୍ପ

କେବେ ସେ ଗଳ୍ପାଂଶ ॥୦॥

ଜୀବନର ପରିସୀମା

ବଢାଏ ଚେତନା

ହିଂସାଦ୍ୱେଶ ଛୋଟକରି

ଦିଏ ତାର ସୀମା

ପଥ ହୁଡି଼ଗଲେ

ଜୀବନ ଉଜୁଡେ

ପୂର୍ଣ୍ଣରୂପ ନପାଇ ସେ

ହୁଅଇ ଅଳ୍ପାଂଶ ॥୧॥

ସମର୍ଥନର ମୋହର

ବାଜିଗଲେ ଥରେ

ଜୀବନତ ଚାଲିଥାଏ

ଆପଣା ବାଟରେ

ଘାତ ପ୍ରତିଘାତେ

ବଢଇ ଯେ ଯେତେ

ସେତେ ଶୁଦ୍ଧ ସୁନ୍ଦର ତା

ଜୀବନ ସାରାଂଶ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational