STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୪୩

ଜୀବନ ଗୀତା-୩୪୩

1 min
331


ପ୍ରୀତିଲଗ୍ନା ଏଇ ଜୀବନକୁ ନେଇ

କେତେଯେ ରହିଛି ସ୍ମତି

ଶାମୁକା ଗର୍ଭରେ ମୁକ୍ତାଟିଏ ପରି

ଝଟକଇ ତାର ଦ୍ୟୁତି ॥୦॥

କେତେ ହସରୋଳ କେତେ କଳିଗୋଳ

ମହାଭାରତରୁ ଝିମିଟିର ଖେଳ

ଜୀବନ ପଥରୁ ସ୍ମତିିଫୁଲ ତୋଳି

ରଖିଅଛି ମୁଁ ସାଇତି ॥୧॥

ସରାଗର ନଈ କଳକଳ ହୋଇ

ବହିଛି ଜୀବନଦୁଇକୂଳ ଛୁଇଁ

ସ୍ନେହଁ ମମତାର ଅମୂଲ୍ୟ ସଂପଦେ

ଭରାଇଛି ମୋର ଛାତି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational