STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୪୨

ଜୀବନ ଗୀତା-୩୪୨

1 min
383


ଚିରାଫଟା ଜୀବନକୁ କରି ସାତସିଆଁ

କଟି ଯାଉଅଛି ଦିନ ଖାଲି ମୋର ଯାହା ॥୦॥

ଜୀବନକୁ ଭଲପାଏ ବୋଲି ମୁଁ ଜଳୁଛି

ଭଲ ପାଇବାର ବାରୁଦରେ କୁହୁଳୁଛି

ପୋଡିଯାଏ ଆଶା,ପୀଡାଦିଏ ନିଶା

ତଥାପି ବୁଝେନା ମନ ହୁଏ ଅଝଟିଆ ॥୧॥

ଜୀବନକୁ ଅଲ୍​ବିଦା କହି ମୁଁ ପାରନି

ଅଧାବାଟେ ହାତଛାଡି ଯାଇବି ପାରୁନି

ଜୀବନର ମୋହ,ଭରିଦିଏ କୋହ

ତଥାପି ପାରେନା ଯାଇ ହୋଇ ଏକମୁହାଁ ॥୨॥

ଜୀବନକୁ ଆଜିଯାଏ ବୁଝି ମୁଁ ପାରିନି

ଜୀବନ ଯୁଦ୍ଧରେ ଥରେ ଜିତିବି ପାରିନି

ମାନ ଅଭମାନ,ପାଇଁ ନାହିଁ ସ୍ଥାନ

ଜାଣିଛି ଜୀବନ ଅଟେ ସିନା ଦିଦିନିଆ ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational