STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୩୮

ଜୀବନ ଗୀତା-୩୩୮

1 min
229


ରଂଗିନ ଦୃଶ୍ୟ ଯେତେ

ଜୀବନର ପଥପରେ

ଯେତେବି ନିରେଖିଲେ

ମନ ହୃଦୟ ନପୂରେ ॥୦॥

ଜୀବନର ଛଟା ଜୀବନର କଥା

ସବୁଠାରେ ହେଉଥାଏ

ଜୀବନ ପ୍ରତିଫଳିତ

ସୌନ୍ଦର୍ଯ୍ୟ ତାହାର କିଏ

କରିବ ବା ପ୍ରତିହତ

ନୟନ ଖୋଲା ଥିଲେ

ଛପିଯାଏ ମାନସରେ ॥୧॥

ଜୀବନର ଦୃଶ୍ୟ ଜୀବନର ଭାଷ୍ୟ

ସୁମଧୁର ସଂଯୋଜନା

କରିଥାଏ ସମୟର

କାଳକାଳ ଧରି ସେତ

ଚାଲିଥାଏ ନିରନ୍ତର

ଜୀବନ ଜିଜ୍ଞାସାରେ

ଅନ୍ତରକୁ ଶାନ୍ତି ମିଳେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational