STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୩୨୨

ଜୀବନ ଗୀତା-୩୨୨

1 min
294


ଜୀବନ କେବେ ଛଳଛଳ କରୁଣାର

ସୁରଭିତ ଫୁଲ

କେବେପୁଣି ସେ ଦପଦପ ଅଂଗାରର

ରଡନିଆଁ ଝୁଲ ॥୦॥

ଅଚାନକ ପଥେ ଦିନେ

ଆସିଯାଏ ମୋଡ

ସରଳ ଜୀବନ ନେଇ

ଯାଏ ଭିନ୍ନମୋଡ

ଜୀବନ ପଥ ଚାଲୁଚାଲୁ ଆଗେ ଖାଇ

ପଛେ ପୁଣି ଖାଲ ॥୧॥

ପ୍ରତିପାଦେ ଜୀବନକୁ

ସାମ୍ନା କରୁକରୁ

କୋମଳପଣ ହଜାଇ

ଦିଏ କେବେଠାରୁ

କଠିନ ହାତେ ଲଢୁଲଢୁ ଦେବାକୁଯେ

ପଡେ କେତେ ମୂଲ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational