STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୧୬

ଜୀବନ ଗୀତା-୩୧୬

1 min
325


ଜୀବନରେ ଯେତେ ସଂଶୟ

ସେତେପୁଣି ଜିଜ୍ଞାସା

ଜୀବନରେ ଯେତେ ଅଭାବ

ସେତେପୁଣି ଅଭୀପ୍​ସା ॥୦॥

ତିକ୍ତତା ଯେତିକି ଅଛି

ମଧୁରତା ବି ରହିଛି

ଜୀବନରେ ରୁକ୍ଷତା ଯେତେ

କୋମଳତା ରହଛି ସେତେ

ଜୀବନରେ ଆଶା ଅନେକ

ଅନେକ ବି ନିରାଶା ॥୧॥

ଜୀବନ କେବେ କଠିନ

କେବେପୁଣି ସେ ରଂଗିନ

କେବେ ଏ ଜୀବନ ସହଜ

କେବେପୁଣି ଅସହଜ

ଜୀବନରେ ନିଦାଘ ଅଛି

ଅଛି ମଧ୍ୟ ବରଷା ॥୨॥


Rate this content
Log in

Similar oriya poem from Inspirational