STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୩୦୬

ଜୀବନ ଗୀତା-୩୦୬

1 min
292


ଜୀବନ କେବେ ଫୁଲ ପରି ଫୁଟେ

କେବେପୁଣି ବୋମା ପରି

ସବୁ ଫୁଟିବାରେ ସୃଜନ ନଥାଏ

ମରଣ ବି ଥାଏ ଭରି ॥୦॥

ସବୁରି ଜୀବନେ ସଂଭାବନା ଥିବ

ଏମିତି ତ ମୋଟେନୁହେଁ

ସବୁରି ଜୀବନେ ମରଣ ଆସିବା

ଚିରନ୍ତନ ସତ୍ୟ ଟିଏ

ଜୀବନ ଥିଲେ ଜିଜୀବିଷା ଥାଏ

ବଂଚିବାର ଅଭିଳାଷ ଯାଉଥାଏ

ଦିନୁଦିନ ବଢିବଢି ॥୧॥

ଜୀବନ ମାୟାରେ ପଡିଗଲେ ଥରେ

ମରଣକୁ ଲାଗେ ଭୟ

ଆସିବ ଆସିବ ବୋଲିକି ମରଣ

ମନକୁ କରେ ଅଥୟ

ଅଥୟ ମନ ଦେଖଇ ସପନ

ଜିଇଁବାର ପିପାସା ତ ଯାଉଥାଏ

ମଲାବେଳେ ବଢିବଢି ॥୨॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational