STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୦୪

ଜୀବନ ଗୀତା-୩୦୪

1 min
228


ଜୀବନର ସଂଜ୍ଞାକୁ ବୁଝୁବୁଝୁ

ବିତିଗଲା ଅନେକ ଦିନ

ଜୀବନର ଯୁଦ୍ଧକୁ ଯୁଝୁଯୁଝୁ

ଭାଂଗିଗଲା ହୃଦୟ ମନ ॥୦॥

ତଥାପି ଜୀବନ କରେ ଆକର୍ଷିତ

ମାଟିର ମହକ କରେ ପୁଲକିତ

ବିଡମ୍ବନା ସବୁକୁ ଭୋଗୁଭୋଗୁ

ଅନ୍ତରରେ ଖୋଜେ ନିଦାନ ॥୧॥

ତାରାଭରା ଆକାଶର ସୁନ୍ଦରତା

ଶ୍ୟାମଳ ବନବିଲର ସବୁଜତା

ଜ୍ୟୋତ୍ସ୍ନାଭରା ରାତିକୁ ଦେଖୁଦେଖୁ

ନୟନରେ ଭରେ ସପନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational