STORYMIRROR

Geeta Sarangi

Inspirational Others

2  

Geeta Sarangi

Inspirational Others

ଜୀବନ ଗୀତା-୩୦୩

ଜୀବନ ଗୀତା-୩୦୩

1 min
309


ଜୀବନେ ମହତ କର୍ମ

କରଇ ମହତ ଜନ

ମହତ ପଣିଆ ଏକା

ରହିଥାଏ ସବୁଦିନ ॥୦॥

ଏ ଫୁଲୁ ସେ ଫୁଲ ଉଡି

ରସ ଆହରଣ କରି

ମଧୁ ରୂପେ ସଞ୍ଚିଦିଏ

ଶ୍ରମିକ ମଧୁପ ଟିଏ

ତାଠାରୁ ମହତ କୁହ

ସଂସାରେ ଅଛିକେ ଆନ ॥୧॥

ଏ ବହି ସେ ବହି ପଢି

ତଥ୍ୟ ଆହରଣ କରି

ଜ୍ଞାନରୂପେ ସଞ୍ଚିଦିଏ

କବି ବା ଲେଖକ ଟିଏ

ତାହାଠୁଁ ମହତ କେହି

ଜଗତେ ଅଛିକେ ଆନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational