ଜୀବନ ଗୀତା-୩୦୩
ଜୀବନ ଗୀତା-୩୦୩
ଜୀବନେ ମହତ କର୍ମ
କରଇ ମହତ ଜନ
ମହତ ପଣିଆ ଏକା
ରହିଥାଏ ସବୁଦିନ ॥୦॥
ଏ ଫୁଲୁ ସେ ଫୁଲ ଉଡି
ରସ ଆହରଣ କରି
ମଧୁ ରୂପେ ସଞ୍ଚିଦିଏ
ଶ୍ରମିକ ମଧୁପ ଟିଏ
ତାଠାରୁ ମହତ କୁହ
ସଂସାରେ ଅଛିକେ ଆନ ॥୧॥
ଏ ବହି ସେ ବହି ପଢି
ତଥ୍ୟ ଆହରଣ କରି
ଜ୍ଞାନରୂପେ ସଞ୍ଚିଦିଏ
କବି ବା ଲେଖକ ଟିଏ
ତାହାଠୁଁ ମହତ କେହି
ଜଗତେ ଅଛିକେ ଆନ ॥୨॥