STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୯୭

ଜୀବନ ଗୀତା-୨୯୭

1 min
557



ଜୀବନର ଚଲାପଥେ

ଦେହ ଭୋଗେ ଯେତେ ଦହଗଞ୍ଜ

ସକାଳ କୁହୁଡି ମାଡ

ଦିପହର ଖରା ଜୀର୍ଣ୍ଣସଞ୍ଜ ॥୦॥

ଚାଲୁଚାଲୁ ପଥପରେ

କେବେ ଝୁଣ୍ଟିପଡେ

ଲୁହଲହୁ ଝରଝର

ହୋଇ ସିନା ଝରେ

ମଲମ ଲଗାଇ ପୁଣି

ଦଉଡଇ ସକାଳରୁ ସଞ୍ଜ ॥୧॥

ଧାଉଁଧାଉଁ ବିତିଯାଏ

ଶୈଶବ ଯୌବନ

ଚାହୁଁଚାହୁଁ ଆସିଯାଏ

ବାର୍ଦ୍ଧକ୍ୟ ଜୀବନ

ବେମାରି ସୂଚାଇ ଦିଏ

ଦିନଗଡି ହେଲା ଆସି ସଞ୍ଜ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational