STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୭୮

ଜୀବନ ଗୀତା-୨୭୮

1 min
272


ଏ ଜୀବନ ଏକ ବାଇ ଚଢେଇର ଘର

ପବନେ ଦୋହଲୁଥାଏ ନଥାଏ ତ ଡର ॥୦॥

ମଧୁକ୍ଷରା ଏ ଜୀବନ

ବରଷାଉ ଥାଏ ମଧୁ

କେବେପୁଣି ସରେନାହିଁ

ଜୀବନଟା କାନ୍ଦୁକାନ୍ଦୁ

ଝରିଯାଏ ଲୁହଲହୁ

ଉଠେକେତେ ଆହାଉହୁ

ତଥାପି ଏ ଜୀବନ ତ ଅତି ଆପଣାର ॥୧॥

ଖରା ବରଷାରେ ଭିଜି

ଖଟୁଥାଏ କାଳେକାଳେ

ମାଟା କାଦୁଅରେ ଘାଣ୍ଟି

ହେଉଥାଏ ସଦାବେଳେ

ଝରିଯାଏ ଘିଅମହୁ

ଶୁଭଇ କୋଇଲି କୁହୁ

ସାଧନାର ଫଳ ଲାଗଇ କେତେ ମଧୁର ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational