STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୬୬

ଜୀବନ ଗୀତା-୨୬୬

1 min
697


ଜୀବନର ଆୟୋଜନ

କାହାର କେମିତି

ଜୀବନ ଜୀବିକା ଅଟେ

ଯାହାର ଯେମିତି ॥୦॥

ସଭିଙ୍କ ଭାଗ୍ୟରେ ସବୁତ ନଥାଏ

କାନ ଥିଲେ ସୁନା ନାହିଁ

ଯେଝା ଭାଗ୍ୟ ଯିଏ ଭୋଗିଥାନ୍ତି ସିନା

ଏଥିରେ ଦ୍ୱିମତ ନାହିଁ

ଜନମ ପତ୍ରରେ ବିହି

ଲେଖିଛି ଯେମିତି ॥୧॥

ଭାଗ୍ୟେ ଯାହାନାହିଁ ପାଇବାର ପାଇଁ

ବୃଥା ସିନା ପରିଶ୍ରମ

ଦଉଡି ଦଉଡି ହନ୍ତସନ୍ତ ହେବା

ଖାଲି ଯାହା ଅକାରଣ

ଭାଗ୍ୟକୁ ଖଣ୍ଡନ ଅବା

କରିବ କେମିତି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational