STORYMIRROR

Geeta Sarangi

Inspirational

2  

Geeta Sarangi

Inspirational

ଜୀବନ ଗୀତା-୨୬୩

ଜୀବନ ଗୀତା-୨୬୩

10 mins
13.3K


ଜୀବନରେ ଆଜିକାଲି

ଖାଲି ସିନା ଆଡମ୍ବର

ମହାକାଳ ଫଳ ପରି

ବାହାର ଭାରି ସୁନ୍ଦର

ହେଲେ ଭିତର ପୋଡା ଅଙ୍ଗାର ॥୦॥

କୃତ୍ରିମ ମାୟାର ଖେଳ

ଚାଲିଅଛି ସବୁଆଡେ

ମିଛ ସଂପର୍କ ଭରିଛି

ଯୁଆଡେ ଦେଖ ସିଆଡେ

ଜଟିଳ ମନପ୍ରାଣ ଜଳଇ ନିତିଦିନ

ମୂଲ୍ୟ ଆଉ ନାହିଁ କିଛି

ସତ ସ୍ନେହ ସଂପର୍କର ॥୧॥

କପଟ ପାଶାର ଖେଳ

ଖେଳୁ ଅଛନ୍ତି ସଭିଏଁ

କାହାରି ମୁହଁରେ ନାହିଁ

ମଧୁର କଥା ପଦିଏ

ନିରୀହ ଟିକି ହୃଦ ବୁଝେନା ଭଲମନ୍ଦ

ମଣିଷକୁ ଭଲପାଇ

ଠକୁଥାଏ ବାରଂବାର ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational