STORYMIRROR

Geeta Sarangi

Inspirational Others Abstract

3  

Geeta Sarangi

Inspirational Others Abstract

ଜୀବନ ଗୀତା-୨୬୨

ଜୀବନ ଗୀତା-୨୬୨

3 mins
26.9K


ବଂଚିବାର ସ୍ୱାଦ ଜୀବନରେ ଯିଏ

ଅନୁଭବ କରିନାହିଁ

ରାସ୍ତା ସବୁ ଧୀରେ ଧୀରେ ତା ପାଇଁକି

ଯାଇଅଛି ବନ୍ଦ ହୋଇ ॥୦॥

ଜୀବନର ରସଘନ ମୁହୂର୍ତ୍ତରେ

ରସ ଚାଖି ନାହିଁ ଯିଏ

ବଂଚିବା ଭିତରେ ସଂପର୍କର କଥା

କହି ପାରିବନି ସିଏ

ସ୍ନେହଁ ମମତାର ଉପପାଦ୍ୟ କଥା

ତାକୁ ମୋଟେ ଜଣାନାହିଁ ॥୧॥

ଜୀବନର ଜୟଯାତ୍ରା ଜନମରୁ

ମରଣରେ ହୁଏ ଶେଷ

ଯାତ୍ରାପଥେ ସ୍ନେହ ପ୍ରେମ ବାଣ୍ଟିଥିଲେ

ବଂଚିବା ସିନା ସରସ

ବଂଚିବାର କଳା ଯିଏ ଜାଣେ ସିଏ

ଇର୍ଷାକୁ ଦିଏ ଉଜେଇଁ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational