STORYMIRROR

Sisir Panda

Inspirational

3  

Sisir Panda

Inspirational

ଜୀବନ ଦର୍ଶନ

ଜୀବନ ଦର୍ଶନ

1 min
6.4K


ସ୍ଥିରୀକୃତ ନୁହଁଇ ଲକ୍ଷ୍ୟ ଯାହାର

ମନରେ ନ ଥାଏ ଅଦମ୍ୟ ସାହସ

ବାଧାବିଘ୍ନର ହେବାକୁ ସମ୍ମୁଖୀନ

ରାତିକେ ହାତୀଏ ଦେଖୁଥାଏ ସ୍ବପ୍ନ

ଲକ୍ଷ୍ୟ ହାସଲ କରିପାରେ କି ସିଏ?

ସ୍ବାର୍ଥ ଲାଭେ ଆଦର୍ଶ ପାଶୋରି (ଯେ)ଦିଏ

ବୁଝିପାରେନା ସେ ମାନବ ଜୀବନ

ନୁହେଁ ଛାର, ଅଟେ କେତେ ମୂଲ୍ୟବାନ

ପୂଣ୍ୟର କୃପାରୁ ହୋଇଛେ ମାନବ

ସାମାନ୍ୟ ବିଷୟେ ହୋଇ ନିମ୍ମଜିତ

ନୀଚ୍ଚ କର୍ମେ ଭାଗ୍ୟକୁ କରୁଛେ ହୀନ

ଆଦର୍ଶ ଜୀବନେ ଲୋଡ଼ା ନାହିଁ ଧନ

ଲୋଡ଼ା ନାହିଁ କୀର୍ତ୍ତି ଅବା ଯଶ ମାନ

କରି ନିଜ ନିଜ କର୍ତ୍ତବ୍ୟ କରମ

କାହା ପ୍ରତି ନ ରଖି ମନ୍ଦ ଚିନ୍ତନ

ସଦା କରୁ ଥିବା ଇଷ୍ଟଙ୍କୁ ସ୍ମରଣ

ଜୀବନୁ ଆମର ନିଶ୍ଚେ ଯିବ କ୍ଳେଶ

ଧୀରେ ଧୀରେ ମିଳିବ ସେ ଦିବ୍ୟାନନ୍ଦ।।


ଶିଶିର, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational