STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଜୀବନ ଦୋଳି

ଜୀବନ ଦୋଳି

1 min
203

ଜୀବନ ଦୋଳି

,,,,,,,,,,,,,,,,,,,,,,

ଜୀବନ ଦୋଳିରେ

ଝୁଲୁଛି ଆତ୍ମା ମନ

ମନ୍ଦିରେ ନିବେଶ

  ହୋଇ

କିପରି ଲୋଭିବ ମୁକ୍ତି

ପରଂବ୍ରହ୍ମଙ୍କ ପରଶ

     ପାଇ

ବସିବ ବୈକୁଣ୍ଠ ଯାଇ

ଅଭିଳାଷ ର ବାସନା

ଜଞାଳ ରଜ୍ଜୁରେ ଯାଇଛି

  ଛନ୍ଦି ହୋଇ

ଯନ୍ତ୍ରଣା ଦୁଆରେ ବସିଛି

ପାପି ମନ ଘାଣ୍ଟି ହୋଇ 

କର ହସ୍ତ ଯୋଡି ବସିଅଛି

ଆଜି କରୁଣା ଟିକକ ପାଇଁ

ଉଡି ଯିବ ଲୋଟଣି ପାରା

ସୁନୀଳ ଗଗନେ ଡେଣା

  ଝାଡି ଝାଡି

ପଡି ରହିବ ପଞୁରୀ ଖାଲି

ଭାଇ ବନ୍ଧୁ ପ୍ରେମଭାବ

ନିମିଷକେ ଯିବ ଉଭେଇ

ମୋହ ମାୟାର ଜାଲକୁ

  କାଟି ଦେଇ

କନ୍ଦନରୋଳ ବାଜିବ

  କର୍ଣ୍ଣକୁ ବଇଁଶୀର

  ତାନ ପରି

ଉଠିଗଲେ ଚାରି ଖୁରା

  ଜଳିବ ଜୁଇରେ 

ଶୋକ ସନ୍ତାପ ସବୁ

ଉଭେଇ ଯିବ ମଶାଣି

  ଜୁଇରେ ଜଳି

କିଛି ଆଣି ନାହିଁ ସେ

ନେବ ନାହିଁ କିଛି

କେବଳ ଆର୍ତ୍ତନାଦ ତାର

 କଇଁ କଇଁ କାନ୍ଦେ

ମୋକ୍ଷର ଦ୍ବାର ଦେଶେ ଯାଇ ।


  








Rate this content
Log in

Similar oriya poem from Inspirational