ଜୀବନ, ଦୋ'ଛକିରେ
ଜୀବନ, ଦୋ'ଛକିରେ
ବିଶ୍ୱାସ ଓ ଅନ୍ଧବିଶ୍ୱାସର ଶିକୁଳିରେ
ବନ୍ଧା ହୋଇ
ପ୍ରତିଶୁତି ଓ ପ୍ରତାରଣାର ବି
ଶିକାର ହୋଇ
ଜିଇଁବା ମରିବାର ଲୁଚକାଳି
ଖେଳିବି ଆଉ କେତେଦିନ?
ମଧୁଵାଲା ଓ ମରୀଚିକାରେ ବି
ଆଉ ଦିଶୁନି କିଛିବି
ତଫାତ
ଅସ୍ତିତ୍ବର ବିଚାର ସକାଶେ
ଦୋ'ଛକିର ଚକ୍ରବ୍ୟୁହରେ ଛନ୍ଦିହୋଇ
ସପନ ଓ ବାସ୍ତବତା ବି
ଲାଗନ୍ତି ଫିକା ଫିକା
ଆଉ ଅଚିହ୍ନl ଅଜଣା
ଲକ୍ଷ୍ୟହୀନ ହୋଇ
ଚାଲିବାର ଅଭିଜ୍ଞତା ବା ମୋର କାହିଁ?
ଖାଲି ଅପେକ୍ଷା ଏକ ନୁଆଁ ଅନ୍ତ
ଆଉ ନୁଆଁ ଏକ ସମ୍ଭାବନାର ସକାଳ ସୁରୁଜର l
